ନୂଆଦିଲ୍ଲୀ,୩୦/୦୬: ଟରେଣ୍ଟ  ଗ୍ରୁପର ପ୍ରମୁଖ କମ୍ପାନି ଟରେଣ୍ଟ ଫାର୍ମା  ସିଟିକାଲ୍ସ ଜେବି କେମିକାଲ୍‌ସ ଆଣ୍ଡ୍‌  ଫାର୍ମାର ୪୬.୩୯% ଅଂଶଧନ  କିଣିବ । କମ୍ପାନି ପକ୍ଷରୁ ରବିବାର  ଏ ନେଇ ଘୋଷଣା କରାଯାଇଛି ।  ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫାର୍ମ  କେକେଆର୍‌ଠାରୁ ଏହି ଅଂଶଧନ  କିଣିବ କମ୍ପାନି । 

୨୫,୬୮୯ କୋଟିରେ  ଭାଲୁଏସନରେ ୧୧,୯୧୭ କୋଟିରେ ଏହି ଡିଲ୍‌ ହେବ । ଅଧିଗ୍ରହଣ ସମ୍ପୂର୍ଣ୍ଣ  ହେବା ପରେ ଜେବି କେମିକାଲ୍ସ ସହ  ମିଶ୍ରଣ ନେଇ ଟରେଣ୍ଟ ଯୋଜନା  ରଖିଛି । ୨ଟି ପର୍ଯ୍ୟାୟରେ ଟ୍ରାଞ୍ଜାକସନ  ସମ୍ପୂର୍ଣ୍ଣ ହେବ । ଏହା ଦ୍ୱାରା ଉଭୟ  ଘରୋଇ ବଜାର ଏବଂ ଅନ୍ତର୍ଜାତୀୟ  ବଜାରରେ କାରବାର ସ୍ଥିତି ଦୃଢ଼ କରିବା  ଲାଗି କମ୍ପାନି ଲକ୍ଷ୍ୟ ରଖିଛି । ଦୀର୍ଘ  ମିଆଦି ଅଭିବୃଦ୍ଧିକୁ ନଜରରେ ରଖି  ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି  ବୋଲି ଟରେଣ୍ଟ ଫାର୍ମାର କାର୍ଯ୍ୟନିର୍ବାହୀ  ଅଧ୍ୟକ୍ଷ ସମୀର ମେହେଟା କହିଛନ୍ତି ।