ନୂଆଦିଲ୍ଲୀ,୩୦/୦୬: ଟରେଣ୍ଟ ଗ୍ରୁପର ପ୍ରମୁଖ କମ୍ପାନି ଟରେଣ୍ଟ ଫାର୍ମା ସିଟିକାଲ୍ସ ଜେବି କେମିକାଲ୍ସ ଆଣ୍ଡ୍ ଫାର୍ମାର ୪୬.୩୯% ଅଂଶଧନ କିଣିବ । କମ୍ପାନି ପକ୍ଷରୁ ରବିବାର ଏ ନେଇ ଘୋଷଣା କରାଯାଇଛି । ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫାର୍ମ କେକେଆର୍ଠାରୁ ଏହି ଅଂଶଧନ କିଣିବ କମ୍ପାନି ।
୨୫,୬୮୯ କୋଟିରେ ଭାଲୁଏସନରେ ୧୧,୯୧୭ କୋଟିରେ ଏହି ଡିଲ୍ ହେବ । ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବା ପରେ ଜେବି କେମିକାଲ୍ସ ସହ ମିଶ୍ରଣ ନେଇ ଟରେଣ୍ଟ ଯୋଜନା ରଖିଛି । ୨ଟି ପର୍ଯ୍ୟାୟରେ ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ ହେବ । ଏହା ଦ୍ୱାରା ଉଭୟ ଘରୋଇ ବଜାର ଏବଂ ଅନ୍ତର୍ଜାତୀୟ ବଜାରରେ କାରବାର ସ୍ଥିତି ଦୃଢ଼ କରିବା ଲାଗି କମ୍ପାନି ଲକ୍ଷ୍ୟ ରଖିଛି । ଦୀର୍ଘ ମିଆଦି ଅଭିବୃଦ୍ଧିକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଟରେଣ୍ଟ ଫାର୍ମାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସମୀର ମେହେଟା କହିଛନ୍ତି ।